ଭୁବନେଶ୍ୱରରେ ୩୪ ନୂଆ କରୋନା ପଜିଟିଭ ଚିହ୍ନଟ: ୪୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୩୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮ଜଣ ରହିଛନ୍ତି। ଅନ୍ୟପଟେ ୪୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୬୮ ହୋଇଥିବାବେଳେ ୩୦ ହଜାର ୨୪୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୨୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୮୩ ଜଣଙ୍କ ଚିକିତ୍ସା ଜାରି ରହିଛି।