ଦୀନେଶ ଖାରା ଏସବିଆଇ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ସର୍ବବୃହତ୍ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାରତୀୟ ଷ୍ଟେଟ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଭାବେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ(ଗ୍ଲୋବାଲ୍ ବ୍ୟାଙ୍କିଙ୍ଗ ଆଣ୍ଡ ସବସିଡାରିଜ୍) ରହିଥିବା ଦୀନେଶ ଖାରାଙ୍କୁ ମଙ୍ଗଳବାର କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଆସନ୍ତାକାଲି ଠାରୁ ସେ ବ୍ୟାଙ୍କର ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗ ଦେବା ସହିତ ଆସନ୍ତା ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ବର୍ତ୍ତମାନ ଅଧ୍ୟକ୍ଷ ପଦବୀରେ ରହିଥିବା ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଚଳିତମାସ ୬ ତାରିଖରେ ଶେଷ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ଖାରାଙ୍କୁ ନିଯୁକ୍ତ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।