ଚଳିତବର୍ଷ ଶେଷସୁଦ୍ଧା ଆସିପାରେ କରୋନା ଟିକା- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ, ଏଜେନ୍ସି: ବିଶ୍ୱରେ କରୋନା ମହାମାରୀର ଆତଙ୍କ ଚାଲିଥିବାବେଳେ ଆସ୍ୱସ୍ତିକର ଖବର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲ୍ୟୁଏୟୁର ମୁଖ୍ୟ ଟେଡ୍ରୋସ୍ ଆଡାନୋମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା । ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ କରୋନା ଦୂର ପାଇଁ ଆମର ଟିକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟିକା ପହଞ୍ଚିପାରେ। ବଜାରକୁ ଆସିବା ପରେ ଟିକାକରଣର ସମାନ ବଣ୍ଟନକୁ ନଜରରେ ରଖି ବିଶ୍ୱ ଏକତା ଏବଂ ରାଜନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ଟେଡ୍ରୋସ୍ କହିଛନ୍ତି। ସେ କହିଛନ୍ତି ଯେ ଆମକୁ ପରସ୍ପରର ଆବଶ୍ୟକତା ଅଛି, ଆମକୁ ଏକତାର ଆବଶ୍ୟକତା ରହିଛି ଏବଂ ଜୀବାଣୁଙ୍କ ମୁକାବିଲା ପାଇଁ ଆମକୁ ସମସ୍ତ ଶକ୍ତି ବ୍ୟବହାର କରିବାକୁ ପଡିବ।