କୁଳଭୂଷଣଙ୍କ ପାଇଁ ଲଢିବାକୁ ରାଜି ହେଉନାହାନ୍ତି ପାକ୍ ଓକିଲ

ଇସଲାମବାଦ୍,ଏଜେନ୍ସି: ଗୁପ୍ତଚର ବୃତ୍ତି ଅଭିଯୋଗରେ ପାକିସ୍ତାନରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଇନଗତ ସହାୟତା ଦେବା ପାଇଁ ପାକ୍ ଓକିଲମାନେ ରାଜି ହେଉନାହାନ୍ତି। ଇସଲାମାବାଦ ହାଇକୋର୍ଟ ଦ୍ୱାରା ମନୋନୀତ ହୋଇଥିବା ପାକିସ୍ତାନର ସମସ୍ତ ଆଇନଜୀବୀ ଯାଦବଙ୍କ ପକ୍ଷରୁ ମାମଲା ଲଢିବାକୁ ମନା କରି ଦେଇଛନ୍ତି। ଇସଲାମାବାଦ ହାଇକୋର୍ଟ ପାକିସ୍ତାନର ଦୁଇଜଣ ବୟସ୍କ ଆଇନଜୀବୀ ଆବିଦ୍ ହାସନ ମିଣ୍ଟୋ ଏବଂ ମଖଦୁମ ଅଲ୍ଲୀ ଖାନଙ୍କୁ କୁଳଭୂଷଣଙ୍କ ମାମଲା ଲଢିବାକୁ ଅନୁରୋଧ କରିଥିଲେ। ମାତ୍ର ସେ ଦୁହେଁ ଦୁଃଖ ପ୍ରକାଶ କରି କୁଳଭୂଷଣ ଯାଦବଙ୍କ ତରଫରୁ ଅଦାଲତାରେ ହାଜର ହେବାକୁ ମନା କରି ଦେଇଛନ୍ତି। ସେମାନେ ହାଇକୋର୍ଟ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ସେମାନଙ୍କ ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଆବିଦ୍ ହାସନ ମିଣ୍ଟୋ ଆଉ ମକଦ୍ଦମା ଲଢୁନାହାନ୍ତି ବୋଲି କହିଥିବା ବେଳେ ମଖଦୁମ ଅଲ୍ଲୀ ଖାନ ମଧ୍ୟ କୁଳଭୂଷଣ ଯାଦବଙ୍କ ମାମଲା ଲଢିବାକୁ ପ୍ରସ୍ତୁତ ନୁହଁନ୍ତି।