ସନ୍ତରଣରେ ୪ ଗୋଲ୍ଡ ମେଡାଲ ହାସଲ କଲେ ଦିନେସ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁ’ ତଥା ବଡ଼ମାଳ ଗୋଳାବାରୁଦ କାରଖାନା ଅଗ୍ନିବାହିନୀ ବିଭାଗର କର୍ମଚାରୀ ଗୋପାଳ ମାଝୀଙ୍କ ପୁଅ ଦିନେସ ମୋହନ ମାଝୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗନେଇ ୪ଟି ଗୋଲ୍ଡ ମେଡାଲ ହାସଲ କରିବା ସହ ଚାମ୍ପିୟନ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ୍ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ, ସାମ୍ବାଦିକ ଦେବେନ୍ଦ୍ର ଯୋଶୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।