ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ବାବାସାହେବ ଆମ୍ବେଦ କର ଛକରୁ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନ ଶୋଭାଯାତ୍ରା ବାହାରି ମିଶନ ଶକ୍ତି ସଭା ଗୃହ ଯାଏଁ ପରିକ୍ରମା କରିଛି। ଶୋଭାଯାତ୍ରା ପରେ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ, ଏସ୍‌ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର, ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ ଯୋଗଦେଇଥିଲେ। ଜିଲ୍ଲାପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୁତାର ଶପଥ ପାଠ କରାଇଥିଲେ।

ଜିଲ୍ଲାପାଳ ଡକ୍ଟର ମିଶ୍ର ତାଙ୍କ ବକ୍ତବ୍ୟରେ ଦୁର୍ନୀତି ଏକ ସାମାଜିକ ବ୍ୟାଧି କହି ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନରେ ସବୁ ସ୍ତରରେ ସମସ୍ତଙ୍କର ପ୍ରମୁଖ ଭୂମିକା ରହିଛି। ବିଶେଷ କରି ସମସ୍ତେ ନିଜ ନିଜ ସ୍ତରରେ ସତର୍କ ରହି, ବିଧି ବ୍ୟବସ୍ଥା ମଧ୍ୟରେ ମାନବିକ ମୂଲ୍ୟବୋଧ ଆଧାରରେ ସେବା ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବକ୍ତା ଡକ୍ଟର ବିଜୟ ମିଶ୍ର, ତାଙ୍କ ବକ୍ତବ୍ୟରେ ମନୁ ଓ କୋଟଲ୍ୟଙ୍କ ନୀତିବାଣୀ ସମ୍ପର୍କରେ ଉଲ୍ଲେଖ କରି ଦୁର୍ନୀତି ଓ ଦୁର୍ନୀତି ନିବାରଣ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ତ୍ରିପାଠୀ ଦୁର୍ନୀତି ଗ୍ରସ୍ତ ତଥା ଦୁର୍ନୀତିକୁ ହଟାଇବା ପାଇଁ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସର ଜିଲ୍ଲାସ୍ତରୀୟ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦେବୀ ପ୍ରସାଦ ଟାଳି, ପ୍ରକଳ୍ପ ପ୍ରଶାସକ ଜନଜାତି ଉନ୍ନୟନ ବିଭାଗ ବେଣୁଧର ଶବର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲ୍ଲୀପ କୁମାର ଦାଶ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ, ଏସିଏଫ୍ଓ ଧନୁର୍ଜୟ ମହାପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନୀଆଳ ପରିଚାଳନା କରିଥିଲେ। ଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ କଳାବତୀ ବାଘ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।