ଗୋଟିଏ ଟ୍ରକ୍ ଧକ୍କାରେ ୩ ପୃଥକ ମୃତ

ରାଇରଙ୍ଗପୁର,ଏଜେନ୍ସି: ଲୁହାପଥର ବୋଝେଇ ଟ୍ରକ ଧକ୍କାରେ କକା-ପୁତୁରା ମୃତ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥ ବଡଡାଳିମାରେ ଗତକାଲି ଘର ସାମ୍ନାରେ କକା-ପୁତୁରାଙ୍କୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ଜଣେ ବହଳଦା ଓ ଜଣେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ମୃତକ କକା ହେଲେ ତାରିଣୀ ବେହେରା ଓ ପୁତୁରା ସିପୁ ବେହେରା।

ଟ୍ରକଟି ଧକ୍କା ଦେଇ ଫେରାର ହେଉଥିବା ବେଳେ ଝାଡଖଣ୍ଡ ସୀମା ନିକଟସ୍ଥ ତିରିଂ ବର୍ଡରରେ ଜଣେ ସ୍କୁଟି ଚାଳକଙ୍କୁ ଚାପି ଦେଇଥିବା ସୂଚନା ମିଳିଛି। ଟ୍ରକ ଡ୍ରାଇଭର ତିରିଂ ଥାନାରେ ଅଟକ ଅଛି। ଘଟଣାସ୍ଥଳରେ ଗୁରୁବାର ରାତିରୁ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରାତି ପ୍ରାୟ ୧୦ଟା ପରଠାରୁ ୨୨୦ ନଂ ଜାତୀୟ ରାଜପଥ ଅବରୋଧ ରହିଛି। ଉଭୟ ପଟୁ ଶତାଧିକ ଗାଡି ଛିଡ଼ା ହୋଇ ରହିଥିବା ସୂଚନା ମିଳିଛି।