ପୁଣି ଗୁରୁତର ହେଲେ ମିଲଖା ସିଂ, ଆଇସିୟୁ ୱାର୍ଡରେ ଭର୍ତ୍ତି

ଚଣ୍ଡିଗଡ,ଏଜେନ୍ସି: ଭାରତୀୟ ଆଥଲେଟ୍ ମିଲଖା ସିଂଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ତାଙ୍କୁ ପିଜିଏମଆଇଇଆରର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମିଲଖା ସିଂଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଇଛି, ଏନେଇ ତାଙ୍କୁ କଡା ତଦାରଖରେ ରଖାଯାଇଛି। ମୋହାଲିର ଏକ ଡାକ୍ତରଖାନାରୁ ଡିସଚାର୍ଜ ହେବାର ତିନି ଦିନ ପରେ ତାଙ୍କୁ ପୁଣି ଥରେ ଭର୍ତ୍ତି କରିବାକୁ ପଡିବ।

ସୂଚନାଯୋଗ୍ୟ, ୯୧ ବର୍ଷିୟ ମିଲଖା ସିଂ ଗତ ମାସ ମେ ୧୯ରେ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ସେ କିଛି ଦିନ ଘରେ କ୍ୱାରେଣ୍ଟାଇନରେ ଥିଲେ। ସେ କୋଭିଡ ସହ ନିମୋନିଆରେ ମଧ୍ୟ ପୀଡିତ ଥିବାରୁ ଅମ୍ଳଜାନ ସହାୟତାରେ ଥିବାରୁ ତାଙ୍କୁ ମେ ୨୪ରେ ଚଣ୍ଡିଗଡ଼ର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମିଲଖାଙ୍କ ପରେ ତାଙ୍କର ୮୨ ବର୍ଷୀୟ ପତ୍ନୀ ନିର୍ମଲ କୌରଙ୍କୁ ମଧ୍ୟ ସମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମିଲଖା କରୋନା ମୁକ୍ତ ହୋଇ ଫେରିବା ପରେ ପୁଣି ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।