୫୦ ହଜାର କୋଟିର ଟେଣ୍ଡର ଡାକିବ ଭାରତୀୟ ନୌସେନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ନୌସେନା ନିଜର ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ-୭୫ର ୬ ବୁଡାଜାହଜ ହାସଲ କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କାର ଟେଣ୍ଡର ଡାକିବ ଭାରତୀୟ ନୌସେନା। ୬ଟି ଅତ୍ୟାଧୁନିକ ବୁଡ଼ାଜାହାଜ ପାଇଁ ଏହି ଟେଣ୍ଡର କରିବ ନୌସେନା। ଏହାଦ୍ୱାରା ମେକ୍ ଇନ ଇଣ୍ଡିଆକୁ ମିଳିବ ପ୍ରୋତ୍ସାହନ। ଏନେଇ ଶୁକ୍ରବାର ଉଚ୍ଚସ୍ତରୀୟ ବୈଠକରେ ହେବ ବିସ୍ତୃତ ଆଲୋଚନା।

ଭାରତୀୟ ନୌସେନା ପ୍ରୋଜେକ୍ଟ ୭୫ ଅନ୍ତର୍ଗତ ୬ଟି ଡିଜେଲ ଇଲେକ୍ଟ୍ରି ବୁଡାଜାହଜ ନିର୍ମାଣ କରିବାକୁ ଚାହୁଁଛି। ଏହା ବର୍ତ୍ତମାନ ମୁମ୍ବାଇର ମାଜାଗୋନ ଡକୟାର୍ଡରେ ନିର୍ମାଣାଧୀନ ସ୍କର୍ପିଆନ ସବମରୀନଠାରୁ ୫୦ ପ୍ରତିଶତ ବଡ। ନୌସେନାର ପ୍ରସ୍ତାବ ରହିଛି ଯେ ଏହି ସବମରୀନ ୫୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ମିସାଇଲରେ ସୁସଜ୍ଜିତ ହେବ। ସୂଚନା ଅନୁଯାୟୀ, ବିଦେଶୀ ବିକ୍ରେତା ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି।