ମୋଦୀଙ୍କୁ ଭେଟିଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭଗବନ୍ତ ମାନ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏନେଇ ଭଗବନ୍ତ ମାନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷା ଉପରେ ସାହଯ୍ୟ କରିବା ନେଇ ପ୍ରଧାନମନ୍ତ୍ରୀ ମୋତେ ଭରଷା ଦେଇଛନ୍ତି । ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ୫୦ ହଜାର କୋଟ ଆର୍ଥିକ ସହାୟତାର ଦାବି କରିଛି । ପଞ୍ଜାବକୁ ପୁଣିଥରେ ଦେଶର ନମ୍ବର ୧ ରାଜ୍ୟ ଭାବେ ଗଢ଼ି ତୋଳିବାର ଅଛି । ପଞ୍ଜାବର ଜ୍ୱଳନ୍ତ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କଠୁ ଆବଶ୍ୟକ ସହଯୋଗ ମିଳିବ ବୋଲି ମୋର ବିଶ୍ୱାସ ରହିଛି ।