ନବ ଦାସଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱର୍ଗତଃ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିବା ସହିତ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ଦିବଙ୍ଗତ ନେତାଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ସହ କିଛି ସମୟ ବସି ଆଲୋଚନା ମଧ୍ୟ କରିଥିଲେ ।

ପରେ ଶ୍ରୀ ପ୍ରଧାନ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପରିବାରକୁ ଝାରସୁଗୁଡ଼ାସ୍ଥିତ ମଙ୍ଗଳବଜାର ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଥିଲେ । ଏହି ସମୟରେ ତାଙ୍କ ସହ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାୟକ ଓ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଉପସ୍ଥିତ ଥିଲେ । ଦୀର୍ଘ ଦିନରୁ କିଶୋର ବାବୁ ଏବଂ ନବ ଦାସଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।