ପୁଣି ୩୭ ଜଣ ଆକ୍ରାନ୍ତ ଚିହ୍ନଟ: ୪୩୧୯ ଆରୋଗ୍ୟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪୯କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳର ୭ ଜଣ, ବାଲିମେଳା ଏନଏସିର ୪ ଜଣ, ମାଲକାନଗିରି ବ୍ଲକର ୪ ଜଣ, ମାଥିଲି ବ୍ଲକର ୮ ଜଣ, ପଡ଼ିଆ ବ୍ଲକର ୪ ଜଣ, ଖଇରପୁଟ ବ୍ଲକର ୩ ଜଣ, କାଲିମେଳା ବ୍ଲକର ୬ ଜଣ ଓ ଚିତ୍ରକୋଣ୍ଡା ବ୍ଲକର ଜଣେ ଚିହ୍ନଟ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୬୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୩୧୯ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ୩୧୬ ଜଣ ଚିକିତ୍ସାଧୀନ ଅଛନ୍ତି।