ଚନ୍ଦାହାଣ୍ଡି, ଏନ୍ଏନ୍ଏସ୍: ଗତକାଲି ପିକଅପ୍ ଭ୍ୟାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବାଳକ ସଚିନ ଗୌଡଙ୍କ ଶବକୁ ରାସ୍ତାରେ ରଖି କ୍ଷତ୍ରିୂରଣ ଦାବି କରିଛନ୍ତି ପରିବାର ଲୋକେ। ବରିଷ୍ଠ କଂଗ୍ରେସ ନେତା କ୍ଷମରାଜ ବାଘ ଏବଂ ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକ ୩ କି ମି ଶବ କାନ୍ଧରେ ବୋହି ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ରଖି ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ସହ ଆହତମାନଙ୍କୁ ୨ଲକ୍ଷ ଲେଖାଏଁ ସହାୟତା ପ୍ରଦାନ ଦାବି କରିଥିଲେ। ଧାରଣାସ୍ଥଳରେ ତହସିଲଦାର ହୃଦାନନ୍ଦ ସିଂ ମାଝୀ ଏବଂ ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ ପହଞ୍ଚି ବୁଝାସୁଝା କରିଥିଲେବି ସେମାନେ କ୍ଷତିପୂରଣ ଦାବିରେ ଅଟଳ ରହିଥିଲେ।