ବାପାଙ୍କ ମୃତ୍ୟୁପରେ ଆତ୍ମହତ୍ୟା ଉଦ୍ୟମ କଲେ ଝିଅ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଉପରିସ୍ଥ ଅଧିକାରୀଙ୍କ ଚାପ ଓ ଗାଳିଗୁଳଜ ପାଇଁ ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ ତନୁଜା ପାଲ ଅଭିଯୋଗ କରିିଛନ୍ତି। ବାପାଙ୍କ ମୃତ୍ୟୁରେ ଭାଙ୍ଗିପଡି ସାନ ଝିଅ ଲକ୍ଷ୍ଣୀ ପ୍ରିୟା ପାଲ (୨୨) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରରେ ଥିବା ପୁଲିସ ବିଟ୍ ହାଉସର ବାଥରୁମ ଭିତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଲକ୍ଷ୍ଣୀ ବାନ୍ତି କରବାରୁ ବଡ଼ ଭଉଣୀ ତନୁଜା ସନ୍ଦେହ କରି ତାଙ୍କୁ ପଚାରିବାରୁ ସେ ଫିନାଇଲ ପିଇ ଦେଇଥିବା କହିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।