ଜିଲ୍ଲା ଅଧିବେଶନ ଜଜ୍‌ଙ୍କୁ ଗାଡ଼ି ମଡାଇ ହତ୍ୟା

ଧନବାଦ,ଏଜେନ୍ସି: ଜିଲ୍ଲା ଅଧିବେଶନ ଜଜ୍‌-୮ ଉତ୍ତମ ଆନନ୍ଦ ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ସଡ଼କ ଦୁର୍ଘଟଣାର ସିସିଟିଭି ଫୁଟେଜ ଦେଖିବା ପରେ ଏହା ଆକସ୍ମିକ ମୃତ୍ୟୁ ନୁହେଁ ବରଂ ଏକ ହତ୍ୟା ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ସୂଚନା ଅନୁସାରେ ସକାଳୁ ଜଜ୍ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ଅଟୋ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଭିଡିଓ ଫୁଟେଜ ଅନୁସାରେ ଅଟୋଟି ସିଧା ଯାଉଥିବା ବେଳେ ଜଜ୍‌ଙ୍କ ନିକଟରେ ବୁଲି ଯାଇ ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ତେବେ ଜଜ୍‌ଙ୍କୁ ଧକ୍କା ଦେଇଥିବା ଅଟୋଟି ଚୋରି ଅଟୋ ବୋଲି ଜଣାପଡ଼ିଛି। ଉକ୍ତ ଅଟୋଟିକୁ ପୁଲିସ ଗିରିଡୀହରୁ ଜବତ କରିଛି। ଅଟୋ ମାଲିକକୁ ପଚାରିବାରୁ ଏହି ଅଟୋଟି କିଛିଦିନ ତଳେ ଚୋରି ହୋଇଯାଇଥିଲା ଯାହା ସମ୍ପର୍କରେ ଥାନରେ ଅଭିଯୋଗ ମଧ୍ୟ ଦାଖଲ ହୋଇଥିଲା। ଏଥିସହିତ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ବୁଧବାର ଭୋର ୫ଟାରେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ ଜଜ୍‌ଙ୍କ ସ୍ତ୍ରୀ କୃତି ସିହ୍ନା ଧନବାଦ ଥାନରେ ମାମଲା ରୁଜୁ କରିଥିଲେ।