ନୂଆଦିଲ୍ଲୀ: ଭାରତୀୟ ତୀରନ୍ଦାଜ ଅତନୁ ଦାସ ବ୍ୟକ୍ତିଗତ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ଅତନୁ କୋରିଆର ୨ଥର ଅଲମ୍ପିକ ଚାମ୍ପିୟନ ଔହ ଜିନ ହୟେକଙ୍କୁ ହରାଇ ଆଗାମୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହିତ ଅତନୁ ରାଉଣ୍ଡ ୧୬ରେ ସ୍ଥାନ ପାଇଛନ୍ତି। ଅତନୁ ତୀରନ୍ଦାଜୀରେ ଭାରତର ପଦକ ଆଶାକୁ ଉଜ୍ଜୀବିତ କରିଛନ୍ତି।
ସୂଚନାଯୋଗ୍ୟ, ଅତନୁଙ୍କ ପୂର୍ବରୁ ତାଙ୍କ ପତ୍ନୀ ଦୀପିକା କୁମାରୀ ମଧ୍ୟ ବ୍ୟକ୍ତିଗତ ଇଭେଣ୍ଟରେ ବିଜୟୀ ହୋଇ ରାଉଣ୍ଡ ୧୬ରେ ସ୍ଥାନ ପାଇଛନ୍ତି।