ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ଥରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟ ସରକାର ଏହି ବଦଳି କରାଇଛନ୍ତି। ଏଥିରେ ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନର ପର୍ଯ୍ୟଟନ ସଚିବ ବିଶାଲ ଦେବ ହେବେ ଅର୍ଥ ସଚିବ। ପଞ୍ଚାୟତିରାଜ ସଚିବ ଡି.କେ ସିଂହ ହେବେ ଖଣି ଓ ଇସ୍ପାତ ସଚିବ। ଖଣି ସଚିବ ସୁରେନ୍ଦ୍ର କୁମାର ହେବେ ସାଧାରଣ ପ୍ରଶାସନ ସଚିବ।

ଅନ୍ୟପଟେ ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଆର୍ ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଛନ୍ତି।