ଅଗଷ୍ଟ ୨୩ରେ ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସ’

ନୂଆଦିଲ୍ଲୀ: ଭାରତ ପ୍ରତିବର୍ଷ ଅଗଷ୍ଟ ୨୩ରେ ‘ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସ’ ପାଳନ କରିବ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମିଶନ ଚନ୍ଦ୍ରାୟନ ଅନ୍ତର୍ଗତ ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ଏବଂ ପ୍ରଜ୍ଞାନ ରୋବର ମଧ୍ୟ ଏହିଦିନ ନିଯୁକ୍ତ କରାଯାଇଥିଲା । ଚନ୍ଦ୍ରାୟନ ୩ର ସଫଳତାକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୩ରେ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସ ପାଳନ କରାଯିବ । ଭାରତ ସରକାର ଏନେଇ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି ।