ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ସମଗ୍ର ବିଶ୍ୱବାସୀ ଔଷଧ ଓ ଭ୍ୟାକ୍ସିନ ଅପେକ୍ଷାରେ ଥିବାବେଳେ ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଡେକ୍ସାମେଥାସୋନ ନାମକ ଏକ ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ସାବ୍ୟସ୍ତ ହୋଇଥିବା ନେଇ ପ୍ରମାଣ ମିଳିଥିବା ଇଂଲଣ୍ଡ ବୈଜ୍ଞାନିକ ଦାବି କରିଛନ୍ତି।
ଏକ ରିସୋର୍ଚ୍ଚରୁ ଜଣାପଡ଼ିଛି କି, ଡେକ୍ସାମେଥାସୋନ ନାମକ ଷ୍ଟେରାଇଡ ଦ୍ୱାରା ଗମ୍ଭୀର ରୋଗୀଙ୍କ ମୃତ୍ୟୁଦର ଏକ ତୃତୀୟାଂଶ କମିଯାଇଛି। ଖୁବଶୀଘ୍ର ଏହି ଔଷଧକୁ ନେଇ ଏକ ରିସୋର୍ଚ୍ଚ ପେପର ମଧ୍ୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
ଏହି ଔଷଧ ଉପରେ ରିସୋର୍ଚ୍ଚ କରୁଥିବା ବୈଜ୍ଞାନିକ ମାର୍ଟିନ ଲେଣ୍ଡରଙ୍କ ମୁତାବିକ, ଯଦି କୋଭିଡ ୧୯ ରୋଗୀଙ୍କଠାରେ ଅମ୍ଳଜାନର ଅଭାବ ରହିଛି ଓ ଭେଣ୍ଟିଲେଟରରେ ଅଛନ୍ତି ସେମାନଙ୍କୁ ଡେକ୍ସାମେଥାସୋନ ଔଷଧ ଦିଆଗଲେ ବଂଚିବାର ଆଶା ବଢ଼ିବା ସହ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ।