ପୁରୀ,ଏନ୍ଏନ୍ଏସ୍: ଆଜି ପୁରୀରୁ ପୁଣି ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓକିଲ ଓ ମୋହରିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ଆଜି କୋର୍ଟକୁ ବନ୍ଦ କରାଯାଇଛି। ଏଥିସହିତ ଜୁଡିସିଆଲ କୋର୍ଟ, ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସକୁ ମଧ୍ୟ ବନ୍ଦ କରାଯାଇ ବିଶୋଧନ କରାଯାଉଛି।
ସେହିପରି ହରିହର ଛକରୁ ଟାଉନ ହଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।