କାଲିଠୁ ପ୍ରତି ରବିବାର ଓ ରାତିରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ଜାରି ହେଲା ଏସଓପି। ଆସନ୍ତାକାଲିଠୁ ତଥା ସପ୍ତାହର ପ୍ରତି ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ରାତିରେ ସାଧାରଣ ଦର୍ଶନ ବନ୍ଦ ହେବ ଓ ସପ୍ତାହକୁ ଦୁଇ ଥର ମନ୍ଦିର ପରିସର ସାନିଟାଇଜ କରାଯିବ।

ସକାଳ ୬ ଟାରୁ ଦର୍ଶନ ଆରମ୍ଭ ହେବ। ଶ୍ରୀମନ୍ଦିର ପରିସରରେ କୋଭିଡ ନିୟମ ପାଳନକୁ କଡାକଡି କରାଯିବ। ସେହିପରି ଅନ୍ୟ ରାଜ୍ୟରୁ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଲୋକ ଯେପରି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ପାଳନ କରିବେ ସେନେଇ ତୀକ୍ଷ୍ଣ ଦୃଷ୍ଟି ଦିଆଯିବ। ଏହାସହ ସମୟ ସମୟରେ ଏସଓପିକୁ ସମୀକ୍ଷା କରାଯିବ। ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।