ସୋପିଆନରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ, ୫ ଆତଙ୍କୀ ନିହତ

କାଶ୍ମୀର,ଏଜେନ୍ସି: ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାର ହିରପୋରା ଅଞ୍ଚଳର ସିଡୋ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏବେବି ଏନକାଉଣ୍ଟର ଜାରି ରହିଛି। ଆତଙ୍କବାଦୀମାନେ ଏହି ଅଞ୍ଚଳରେ ଉପସ୍ଥିତ ଥିବା ସୁରକ୍ଷାବାହିନୀକୁ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଛି।

ଗତ କିଛି ଦିନ ହେବ ଜାମ୍ମୁ-କାଶ୍ମୀର ସୀମା ଅଶାନ୍ତ ରହିଛି। ଆତଙ୍କବାଦୀମାନେ ଜାମ୍ମୁ- କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା କର୍ମୀମାନଙ୍କୁ ଟାର୍ଗେଟ କରି ପୁରା ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ କ୍ରମାଗତ ଭାବରେ ଚେଷ୍ଟା କରିଆସୁଛନ୍ତି। ସୀମାରେ ନିୟୋଜିତ ସୁରକ୍ଷାବାହିନୀ ମଧ୍ୟ ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ସଫା କରିବାକୁ ଅପରେସନ୍ ପରେ ଅପରେସନ୍ କରି ଆସୁଛନ୍ତି।