ଦଣ୍ଡ ନାଚ ପାଇଁ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ,ଏନ୍ଏନ୍ଏସ୍: କରୋନା କଟକଣାକୁ ଦୁଷ୍ଟିରେ ରଖି ଦଣ୍ଡ ନାଚ ପାଇଁ କରୋନା କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଏଥିଲାଗି ୨୫ ଜଣଙ୍କୁ ଦଣ୍ଡନାଚ ଦେଖିବାକୁ ଅନୁମତି ଦିଆଯାଇଛି। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ତେବେ ଦିନକୁ ଦିନ କରୋନା ତାର କରାଳ ରୂପ ଦେଖାଇବା ଆରମ୍ଭ କରିଥିବା ବେଳେ ଏବେ ରାଜ୍ୟର ସବୁ ଜିଲ୍ଲାପାଳ ହାଇଆଲର୍ଟରେ ରହିଛନ୍ତି। ଏହା ବ୍ୟତୀତ ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର।