ଦିଲ୍ଲୀରେ ନିର୍ବନ୍ଧ ପରେ ବାହା ହେଲେ ତେଜସ୍ୱୀ ଯାଦବ ଦେଶ- ବିଦେଶ By Nitidin On Dec 9, 2021 Share ନୂଆଦିଲ୍ଲୀ: ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଆଜି ଦିଲ୍ଲୀରେ ତାଙ୍କ ବନ୍ଧୁ ରେଚଲଙ୍କୁ ନିର୍ବନ୍ଧ ପରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ଖାସ୍ ରାଜନୈତିକ ଲୋକ ସାମିଲ ହୋଇଥିଲେ। ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଉପସ୍ଥିତ ଥିବା ଜଣାପଡ଼ିଛି। ଏଥିସହିତ ବିବାହକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କାର୍ଯ୍ୟକ୍ରମ ସ୍ଥଳ ବାହାରେ ବାଉନ୍ସର ରହିଥିଲେ ସବୁ ଗେଟରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା। ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ଭାବେ ବିଗୁଡ଼ୁଥିବାରୁ ସେ ଯଥାଶୀଘ୍ର ତେଜସ୍ୱୀଙ୍କ ିବିବାହ କରାଇ ଦେବାକୁ ଚାହୁଁଥିଲେ। ବିବାହର ଅନେକ ଫଟୋ ସାମ୍ନାକୁ ଆସିଛି। ଗୋଟିଏ ଫଟୋରେ ତେଜସ୍ୱୀଙ୍କ ବଡ଼ ଭାଇ ତେଜପ୍ରତାପଙ୍କ ପାଦ ଛୁଇଁ ରେଚଲ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ତେଜସ୍ୱୀ ଓ ରେଚଲ ଦିଲ୍ଲୀର ଆରେକେ ପୁରମ ପବ୍ଲିକ ସ୍କୁଲରେ ସାଥୀରେ ପଢ଼ୁଥିଲେ। ରେଚଲ ହରିୟାଣାର ହୋଇଥିବାବେଳେ ଦିଲ୍ଲୀର ଫ୍ରେଣ୍ଡସ୍ କଲୋନୀରେ ପରିବାର ସହ ରହୁଛନ୍ତି। ରେଚଲ ଖ୍ରୀଷ୍ଟିୟାନ ହୋଇଥିବା ଯୋଗୁ ଲାଲୁ ପ୍ରସାଦ ପ୍ରଥମେ ଏହି ସମ୍ପର୍କକୁ ନେଇ ଖୁସି ନଥିଲେ। Share