ଦେବଗଡ଼ରେ ଭର୍ଚ୍ଚୁଆଲ ହାଇକୋର୍ଟ ସ୍ଥାପନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଦେବଗଡ଼ ରାଣୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ରେ ଭର୍ଚ୍ଚୁଆଲ ହାଇକୋର୍ଟ ସ୍ଥାପନ ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଚିଠି ଲେଖିଛନ୍ତି । ଦେବଗଡ଼ରୁ ଓଡ଼ିଶା ହାଇକୋର୍ଟର ଦୂରତା ଯୋଗୁ ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଦେବଗଡ଼ରେ ଭର୍ଚ୍ଚୁଆଲ ହାଇକୋର୍ଟ ସ୍ଥାପନ ଲାଗି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଅରୁନ୍ଧତୀ ଦେବୀ ପ୍ରକାଶ କରିଛନ୍ତି ।