ନୂଆଦିଲ୍ଲୀ: ଓସ୍କାରରେ ଜବରଦସ୍ତ ପ୍ରଦର୍ଶନ ପରେ ‘ଆରଆରଆର’ ମୁଭିର ଟିମ୍ ଭାରତ ଫେରି ସାରିଛି । ଭାରତ ଫେରିବା ପରେ ଫିଲ୍ମର ନାୟକ ରାମ ଚରଣ ଦିଲ୍ଲୀପହଞ୍ଚିଛନ୍ତି । ଏହି ଅବସରରେ ରାମଚରଣ ପିତା ତଥା ଅଭିନେତା ଚିରଞ୍ଜିବୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଶାହଙ୍କୁ ଏକ ପାରମ୍ପରିକ ଶାଲ୍ ଚିରଞ୍ଜିବୀ ଭେଟିଛନ୍ତି । ଶାହ ମଧ୍ୟ ରାମଚରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଲାଲ ରେଶମୀ ଶାଲ୍ ଦେଇ ସମ୍ମାନିତ କରିଛନ୍ତି । ଏନେଇ ଶାହ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି।