ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଖପ୍ରାଖୋଲ ବ୍ଲକର ୩ ନମ୍ବର ଜୋନକୁ ମାରାଥାନ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝଛନ୍ତି । ଶ୍ରମତୀ ସିଂଦେଓଙ୍କ ସହ ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ସେହି ଅଞ୍ଚଳରେ ଥିବା ଝାଙ୍କିରିପାଲି, ଫୁଲକିମୁଣ୍ଡା, ସାହାଜ ପାଣି, ଜଲପାକେଲ, ମାଳପଡ଼ା, ବେନ୍ଦେର, ଭରୁଆ ଓ ମୁଣ୍ଡାଲାଠୋର ପ୍ରଭୃତି ଗାଁକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ବୁଝାଇଥିଲେ । ଏହି ମାରାଥନ ଗସ୍ତ ସମୟରେ ସାଧାରଣଜନତାଙ୍କୁ ଭେଟି ସେମାନଙ୍କ ଅସୁବିଧା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହି ଗସ୍ତରେ ଏମପିଙ୍କ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ଘାସିରାମ ଅଗ୍ରୱାଲ, ରୋହିତ ମେହେର, ଶଶୀ ପୂଜାରୀ, ଦଶରଥ ପାଣିଗ୍ରାହୀ, ଜଗୁ ଅଗ୍ରୱାଲ, ସନ୍ତୋଷ ଭଇସାଲ ଓ ଶିବ ସୁନାଙ୍କ ସମେତ ସହସ୍ରାଧିକ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ ।