ଦେବଗଡ଼ ପୁଲିସ ହାତରେ କୁଖ୍ୟାତ ଲୁଟେରା, ୬୩ଟି ମୋବାଇଲ ଜବତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୁଟତରାଜ ଚଲାଇଥିବା ୨ କୁଖ୍ୟାତ ଲୁଟେରାଙ୍କୁ ଧରିବାରେ ଦେବଗଡ଼ ପୁଲିସକୁ ବଡ଼ ସଫଳତା ମିଳିଛି । ଅଭିଯୁକ୍ତଦ୍ୱୟ ହେଲେ ଆସ୍କା ଛତ୍ରପୁର ଅଞ୍ଚଳର ଏ. ବୁଡ୍ଡୁ ଓ ଏ ଆପୁଲ୍ଲୁ । ଅଭିଯୁକ୍ତଙ୍କଠାରୁ ପୁଲିସ ବିଭିନ୍ନ ବ୍ରାଣ୍ଡର ୬୩ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରିଛି । ସେହିପରି ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇ ଥିବାବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସପି ପ୍ରଦୀପ କେର୍କେଟା, ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ଏସଆଇ ରାଜେଶ ବଳିୟାରସିଂ ଉପସ୍ଥିତ ଥିଲେ ।