କଟକ,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ସୁମିତ-ତପସ୍ପିନୀ ବିବାହ ବିବାଦ ମାମଲାରେ ଭରଣପୋଷଣକୁ ନେଇ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି । ପ୍ରତି ମାସ ୧୦ ତାରିଖ ସୁଦ୍ଧା ଭରଣପୋଷଣ ପ୍ରଦାନ କରିବାକୁ ହାଇକୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୫ରେ ମାମଲାର ଆଗାମୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟ ଯାଇଥିଲେ । ଆଜି ହାଇକୋର୍ଟ ମଧ୍ୟ ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।