ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ପୁଣିଥରେ ଚକିତ କଲା ଭଳି ପଦକ୍ଷେପ ନେଇଛନ୍ତି । ଆଜି ସିଦ୍ଧୁ ନିଜ ବିଧାନସଭା କ୍ଷେତ୍ରରୁ ପ୍ରଚାର ଛାଡ଼ି ବୈଷ୍ଣବ ଦେବୀ ଗସ୍ତ କରିଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ନଭଜୋତ ସିଂହ ସିଦ୍ଧୁଙ୍କ ଏହି ପଦକ୍ଷେପ ପଛରେ ଅନେକ କାରଣ ଥିବା ନେଇ ଚର୍ଚ୍ଚା ହେଉଛି । ସେଥିମଧ୍ୟରୁ ଗୋଟିଏ କାରଣ ହେଉଛି ଯେପରି ତାଙ୍କୁ ନେଇ ଚର୍ଚ୍ଚା ହେବ ସେଥିପାଇଁ ସେ ସର୍ବଦା ଶେଷ ସମୟରେ ଏମିତି କରିଥାନ୍ତି । ଅନ୍ୟଟି ହେଲା ନିଜ ପାର୍ଟି ଉପରେ ରୋଷ ପ୍ରକଟ କରିବାର ଏ ହେଉଛି ତାଙ୍କର ପୁରୁଣା ଅଭ୍ୟାସ ।