ଅଗ୍ନିଶମବାହିନୀ ଦ୍ୱାରା ଗଭୀର କୂଅ ମଧ୍ୟରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ କୂଅକୁ ଖସି ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଦେବଗଡ଼ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସଂଧ୍ୟାରେ ଶିଶୁ ମନ୍ଦିର ନିକଟରେ ରହୁଥିବା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଅବନୀକାନ୍ତ କୁଅଁରଙ୍କ ପତ୍ନୀ ସୁପ୍ରଭାରାଣୀ କୁଅଁର (୬୯) ଅସାବଧାନତା କାରଣରୁ ଗଭୀର କୂଅ ମଧ୍ୟକୁ ଖସି ପଡ଼ିଥିଲେ। ପରିବାର ଲୋକେ ଏସମ୍ପର୍କରେ ଅଗ୍ନିଶମବାହିନୀକୁ ସୂଚନା ଦେବା ପରେ ଦେବଗଡ଼ ଅଗ୍ନିଶମବାହିନୀର ଏସଓ ପ୍ରଫୁଲ୍ଲ କୁମାର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ସୁପ୍ରଭାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ।