ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କଂଗ୍ରେସର ଦଳୀୟ ସଂଗଠନକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସ କମିଟି ଅନୁମୋଦନ କ୍ରମେ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ କରାଯାଇଛି। ଏନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁ ଏକ ପ୍ରେସ ବାର୍ତ୍ତାରେ ନବନିଯୁକ୍ତ ଦଳୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି।
ଏଥିରେ ଉପସଭାପତି ଭାବେ ସଚ୍ଚିଦାନନ୍ଦ ପଟ୍ଟନାୟକ, ପ୍ରସନ୍ନ କୁମାର ପ୍ରଧାନ, ହେମନ୍ତ କୁମାର ସାହୁ ଓ ସୁବାସ ଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ଭାବେ ବିନୋଦ ବିହାରୀ ନାୟକ, କ୍ଷିତୀଶ କୁମାର ପ୍ରଧାନ, ଜୟନାରାୟଣ ସାହୁ, ଦିଲ୍ଲୀପ କୁମାର ବିଶ୍ୱାଳ ଓ ଚନ୍ଦ୍ରଶେଖର ପ୍ରଧାନ ସମ୍ପାଦକ ଭାବେ ପ୍ରମୋଦ କୁମାର ବାରିକ, ବିଜୟ କୁମାର ସାହୁ, ଦୀପକ କୁମାର ସାହୁ, ରଞ୍ଜନ କୁମାର ଦେହୁରୀ, ରାକେଶ କୁମାର ବେହେରା ଓ ମିତ୍ରଭାନୁ ସ୍ୱାଇଁ, କୋଷାଧକ୍ଷ ଭାବେ ସୁଶୀଲ କୁମାର ନାୟକଙ୍କୁ ନିଯୁକ୍ତି କରାଯାଇଛି। କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୋମରେନ୍ଦ୍ର ଜିତ, ନେତ୍ରାନନ୍ଦ ସାମଲ, ପ୍ରମୋଦ କୁମାର ମିଶ୍ର, କୈବଲ୍ୟ କୁମାର ସାହୁ, ବସନ୍ତ କୁମାର ମିଶ୍ର, ବିଜୟ କୁମାର ପ୍ରଧାନ, ଗଣନାଥ ମହାପାତ୍ର, କ୍ଷେତ୍ରବାସୀ ପ୍ରଧାନ ଓ ନିରାକାର ପ୍ରଧାନଙ୍କୁ ମନୋନୀତ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି।