ବୌଦ୍ଧ,ଏନ୍ଏନ୍ଏସ୍: ୧୦ ଦଫା ଦାବି ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଯାହା ଫଳରେ ଦୋକାନ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି।
ଏହି ବନ୍ଦର ପ୍ରଭବାରେ ବେସରକାରୀ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବୌଦ୍ଧ ଜିିଲ୍ଲା ୧୯୯୪ ମସିହାରୁ ନୂତନ ଜିଲ୍ଲା ଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୁଖ୍ୟ ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଅପସାରଣ କରାଯାଇ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଆୟୁକ୍ତରେ ସାମିଲ କରିବା ପାଇଁ କଂଗ୍ରେସ ଦାବି କରିଛି।
ସେହିପରି ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉ ଏକ ନୂତନ ସବଡିଭିଜନ, ଜିଲ୍ଲା ପରିଷଦ ଜୋନ୍ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି କରିବା, ୩ଟି ବ୍ଲକ ସ୍ଥାପନ, ଜିଲ୍ଲାରେ ସମୁଦାୟ ୬୯ଟି ପଞ୍ଚାୟତ ରହିଥିବା ଏହାକୁ ବୃଦ୍ଧି କରିବାକୁ ଦାବି ରହିଛି।