ୱେସ୍କୋ ଘରୋଇକରଣକୁ କର୍ମଚାରୀ ସଂଘ ପକ୍ଷରୁ ବିରୋଧ

ଦେବଗଡ଼,ଏନ୍ଏନ୍ଏସ୍: ୱେସ୍କୋର ଘରୋଇକରଣକୁ ବିରୋଧ କରି ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ୍ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ୱେସ୍କୋ ଡିଭିଜିନାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାର ପ୍ରତ୍ୟାହାର ସହ ୯ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜିନାଲ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ସବଡିଭିଜନାଲ ସମ୍ପାଦକ ସୁରେଶ ଦେହୁରୀ, କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ପ୍ରଧାନ, ୱେସ୍କୋ ଇଞ୍ଜିନିୟର ସର୍ଭିସ ଆସୋସିଏସନ ପକ୍ଷରୁ ସତ୍ୟବ୍ରତ ପଣ୍ଢ, କନିଷ୍ଠଯନ୍ତ୍ରୀ ଅଭିଳାଶ ସ୍ୱାଇଁ , ଅଞ୍ଜନ କୁମାର ଲେଙ୍କା , ହୀରା ଜିଡିଟି ସଂଘର ଡିଭିଜିନାଲ ସମ୍ପାଦକ ଅମୀୟ ସାହୁ , ଶିଶିର କୁମାର ରଣା , ଦେବୀପ୍ରସାଦ ପାଲ, ସରୋଜ ସାହୁ, ସୁନୀଲ କୁମାର ଆଚାର୍ଯ୍ୟ, ତୁଷାର କାନ୍ତ ପ୍ରଧାନ ଏବଂ ଶ୍ରବଣ କୁମାର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ।