ଆଜି ସୁସ୍ଥ ହେଲେ ୩୭୬, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୦୫୮୪ରେ ପହଞ୍ଚିଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୦୫୮୪ରେ ପହଞ୍ଚିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୪୮, ସୁନ୍ଦରଗଡରୁ ୪୩, ବାଲେଶ୍ୱରରୁ ୨୩, କଟକରୁ ୨୩, ପୁରୀରୁ ୨୨, ବରଗଡରୁ ୧୯, କଳାହାଣ୍ଡିରୁ ୧୯, ମୟୂରଭଞ୍ଜରୁ ୧୮, ସମ୍ବଲପୁରରୁ ୧୪, ନୂଆପଡାରୁ ୧୧, ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଜଗତସିଂହପୁରରୁ ୭, ଭଦ୍ରକରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଳରୁ ୩, ବୌଦ୍ଧରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, ରାୟଗଡାରୁ ୨, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।