ଓମସା ପକ୍ଷରୁ ଶାଖା ଚାଲ ଅଭିଯାନ

ଦେବଗଡ଼,ଏନ୍ଏନ୍ଏସ୍: ଓମସା ରାଜ୍ୟ ସଂଘ ପକ୍ଷରୁ ଆଜି ଦେବଗଡ଼ ଜିଲ୍ଲା ଶାଖାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉମସା ଦେବଗଡ଼ ଜିଲ୍ଲା ଶାଖା ସଭାପତି ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓମସା ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ ଓ ଦେବଗଡ଼ ଜିଲ୍ଲା ଶାଖା ସମ୍ପାଦକ ଡାକ୍ତର ଅମିତ କୁମାର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧିକୁ ବିରୋଧ କରିବାସହ ରାଜ୍ୟ ସଂଘର ମତାମତ ବିନା ରାଜ୍ୟ ସରକାର ଏକତରଫା ଭାବେ ଡାକ୍ତରଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିଥିବାରୁ ଏହା ଜନସାଧାରଣଙ୍କୁ ବିଶେଷ ଲାଭ ପହଞ୍ଚାଇ ପାରିବ ନାହିଁ ବୋଲି କହିଥିଲେ। ସରକାର ନଷ୍ପତ୍ତିକୁ କୋହଳ କରି ୬୨ବର୍ଷ ବୟସରେ ଡାକ୍ତରଙ୍କ ଭିଆରଏସକୁ ମଞ୍ଜୁରୀ କିମ୍ବା ୬୨ରୁ ଊର୍ଦ୍ଧ ବୟସ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ପ୍ରଶାସନିକ ପଦବୀରେ ଅଧିଷ୍ଠିତ କରିବା ବଦଳରେ ଚିକିତ୍ସା କ୍ଷେତ୍ରରେ ନିୟୋଜନ କରାଗଲେ ଜନସାଧାରଣ ଉପକୃତ ହେବେ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓମସା ରାଜ୍ୟ ସାଧାରଣ ସମ୍ପାଦକ ଡା. ବିଶ୍ୱଜିତ ସାମଲ, ରାଜ୍ୟ ଓମସା କାର୍ଯ୍ୟକାରିଣୀ ସଦସ୍ୟ ଡା. ସଞ୍ଜୟ କୁମାର ସ୍ୱାଇଁ, ଓମସା ରାଜ୍ୟ ଉପସଭାପତି ଡା. ସମୀର କୁମାର ପାତ୍ର, ଦେବଗଡ଼ ଜିଲ୍ଲା ଓମସା ଶାଖା ଉପସଭାପତି ଡାକ୍ତର ତରୁଣ କୁମାର ସାହୁ, ଡା. ମାସଙ୍ଗ ମୁର୍ମୁ, ଡା. ମନୋରଞ୍ଜନ ସାମଲ, ଡା. ମାଧୁରୀ ବିଶ୍ୱାଳ, ଡା. ବାଇଧର ବାସ୍କେ, ଡା. ବିଜନ କୁମାର ମହାଲି ଓ ଡା. ଜୟପ୍ରକାଶ ଦାସଙ୍କ ସମେତ ଓମସା ଜିଲ୍ଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।