କାର୍ ଓଲଟି ମା’ ମୃତ, ଝିଅ ଗୁରୁତର

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟସ୍ଥ ଚାଲକମ୍ବା ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଓଲଟି ପଡ଼ିବାରୁ ମା’ର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ଗୀତାଞ୍ଜଳି ସୁନାମୁଦୀ ଓ ଗୁରୁତର ଆହତ ଝିଅ ବର୍ଷାରାଣୀ ସୁନାମୁଦୀ। ମହିଳା ଜଣକ ବିଷମକଟକରୁ ଗୁଣୁପୁର ଫେରିବାବେଳେ ଆରଡ଼ି ଅଫିସ ନିକଟରେ କାରଟି ଓଲଟି ପଡିଥିଲା। ଖବରପାଇ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୀତାଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଗୁଣୁପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।