ଚମୋଲି ଦୁର୍ଘଟଣା: ତପୋବନରେ ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ରବିବାର ପୂର୍ବାହ୍ନରେ ଗ୍ଲାସିୟର ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିଛି। ଏଥିସହ ଏସ‌ଡିଆରଏଫ୍‌, ଏନଡିଆରଏଫ ଓ ଆଇଟିବିପିର ଯବାନମାନେ ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଟିମର ସଦସ୍ୟମାନେ ସୁଡ଼ଙ୍ଗରେ ୧୦୦ ମିଟର ଭିତରକୁ ପ୍ରବେଶ କରିପାରିଛନ୍ତି।

ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିବା ବେଳେ ଆହୁରି ୧୭୧ ଜଣ ନିଖୋଜ ଅଛନ୍ତି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତରାଖଣ୍ଡର ସାଂସଦମାନଙ୍କ ସହିତ ବୈଠକ କରିଥିଲେ। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅବଗତ ହୋଇଛନ୍ତି ଏବଂ ସମସ୍ତ ପ୍ରକାରର ସହାୟତା ପାଇଁ ଭରସା ଦେଇଛନ୍ତି।