ଜିଲ୍ଲାର ୪ଟି ବ୍ଲକରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବୀପତ୍ର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଜିଲ୍ଲାର ୪ଟି ବ୍ଲକରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ଅନୁସୂଚିତ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ନନ୍ଦାହାଣ୍ଡି, ଚନ୍ଦାହାଣ୍ଡି, ଡାବୁଗାଁ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଷଦ ଭାବେ ଆଲୋଚନା କରିଛନ୍ତି ।