ଲୋକସଭା ସଦସ୍ୟତା ପରେ ରାହୁଲଙ୍କୁ ମିଳିଲା ଆବାସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସଂସଦ ସଦସ୍ୟତା ପୁନର୍ବାର ମିଳିବା ପରେ ଦିଲ୍ଲୀ ସରକାରୀ ବଙ୍ଗଳା ମଧ୍ୟ ଆବଣ୍ଟିତ ହୋଇଛି । ଲୋକସଭାର ଆବାସ ସମିତି ରାହୁଲଙ୍କୁ ତାଙ୍କ ପୁରୁଣା ୧୨ ତୁଗଲକ ଲେନସ୍ଥିତ ଆବାସକୁ ଆବଣ୍ଟିତ କରିଛିନ୍ତି । ଉକ୍ତ ଆବସରେ ରାହୁଲ ୨୦୦୫ରୁ ରହୁଛନ୍ତି ।

ସୂଚନାଯୋଗ୍ୟ, ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧୀ ଦଣ୍ଡିତ ହେବା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ସରକାରଙ୍କ ଦ୍ୱାରା ଆବଣ୍ଟିତ ଆବସ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା ।