ପ୍ରଧାନମନ୍ତ୍ରୀଙ୍କ ଏକଛତ୍ରବାଦ ବିରୋଧରେ ସର୍ବଭାରତୀୟ ଆଦିବାସୀ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀଙ୍କ ଏକଛତ୍ରବାଦ ଓ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନର ପ୍ରତିବାଦ ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସର୍ବଭାରତୀୟ ଆଦିବାସୀ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଆଦିବାସୀ ମହିଳାଙ୍କୁ ଉପେକ୍ଷା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ ଦାବୀରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ଆଦିବାସୀ କଂଗ୍ରେସର ଏଆଇସିସି ସଂଯୋଜିକ ସୁଶ୍ରୀ ହିରାବତୀ ଗଣ୍ଡ, ଡିସିସି ସଭାପତି ମୁନା ତ୍ରୀପାଠୀ, କଂଗ୍ରେସ ନେତା ବୃନ୍ଦାବନ ତ୍ରିପାଠୀ, କୁସିଆ ମାଝୀ, ଭାଗିରଥି ନାୟକ, ସନରାଜ ଗଣ୍ଡ, ଦିବାକର ପୂଜାରୀ, ମଙ୍ଗଳା ମାଝୀ, କୃଷ୍ଣ ସାନ୍ତା, ଧନକି ସାନ୍ତା ଓ ଶେଖ୍ ଚାନ୍ଦ ଉସମାନିଙ୍କ ସମେତ ବହୁ ଆଦିବାସୀ ନେତୃବୃନ୍ଦ ଉପସ୍ଥିତ ଥିଲେ । ଦାବୀପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଗ୍ରହଣ କରିଥିଲେ ।