ଝାରସୁଗୁଡ଼ା ରେଳ ଷ୍ଟେସନର ବିକାଶ ପାଇଁ ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ଜେନେରାଲ ମ୍ୟାନେଜର ଆଜି ରେଳ ଷ୍ଟେସନ ପରିଦର୍ଶନ କରି ଏଠାକାର ବ୍ୟବସ୍ଥା ଓ ସ୍ଥିତି ତଦାରଖ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା ଚେମ୍ବର ଅଫ କମର୍ସ ପକ୍ଷରୁ ଝାରସୁଗୁଡ଼ା ରେଳ ଷ୍ଟେସନ ଏବଂ ଏହାର ପରିସରର ବିକାଶ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ରେଳ ଷ୍ଟେସନରେ କେବଳ ୱାନ ୱେ ବିଶିଷ୍ଟ ଏକ୍ସାଲେଟର ଟୁ ୱେ ବିଶିଷ୍ଟ କରିବା, ଦୁରନ୍ତୋ ସୁପରଫାଷ୍ଟ ଏକ୍ସପ୍ରେସର ଝାରସୁଗୁଡ଼ାରେ ରହଣୀ, ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଜିଲ୍ଲା ସରଡ଼େଗାକୁ ଏକ ପେସେଞ୍ଜର ଟ୍ରେନର ଚଳାଚଳ, ଝାରସୁଗୁଡ଼ାରୁ ଝାସପୁର ଓ ଅମ୍ବିକାପୁର ଦେଇ ବାରଣାସୀ ଯାଏଁ ଏକ ନୂତନ ରେଳ ଧାରଣାର ନିର୍ମାଣ, ଝାରସୁଗୁଡ଼ା ରେଳ ଷ୍ଟେସନ ଓ ଏହାର ପରିସରରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା, ରେଳବାଇ ଖାଲି କରିଥିବା ଝଣ୍ଡାଛକରୁ ବସଷ୍ଟାଣ୍ଡ ଯାଏଁ ଏକ ନୂତନ ରସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବାକୁ ଝାରସୁଗୁଡ଼ା ଚେମ୍ବର ଅଫ କମର୍ସ ପକ୍ଷରୁ ଦାବି କରାଯାଇଛି।