ମହାରାଷ୍ଟ୍ରରେ ରାତି ୧୨ଟା ଯାଏଁ ଖୋଲିବ ରେସ୍ତୋରାଁ ଓ ଭୋଜନାଳୟ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ରେସ୍ତୋରାଁ ଓ ଭୋଜନାଳୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହିତ ଅକ୍ଟୋବର ୨୨ରୁ ଏଣ୍ଟରଟେନମେଣ୍ଟ ପାର୍କ, ସିନେମା ଘର ଓ ଥିଏଟର ଖୋଲିବାକୁ ମହାରାଷ୍ଟ୍ର ସରକାର ଅନୁମତି ଦେଇଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ସଚିବ ସୀତାରାମ କୁନ୍ତେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦିନକ ପୂର୍ବରୁ ରାଜ୍ୟର କୋଭିଡ କାର୍ଯ୍ୟ ବଳ ସହ ବୈଠକ କରି ରେସ୍ତୋରାଁ ଓ ଭୋଜନାଳୟ ସଞ୍ଚାଳନର ସମୟସୀମା ବଢ଼ାଇବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।