ଦେବଗଡ଼ ହୋମିଓପ୍ୟାଥି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ମୁଖ୍ୟାଳୟରେ ଅଚଳ ଥିବା ଏକମାତ୍ର ସରକାରୀ ହୋମିଓପ୍ୟାଥି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଭିତ୍ତିଭୂମିର ବିକାଶ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ଜିଲ୍ଲା ମୁଖ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ବାସଭବନ ପାଖରେ ରହିଥିବା ସରକାରୀ ହୋମିଓପ୍ୟାଥି ଡାକ୍ତରଖାନାରେ ଡାକ୍ତର ନଥିବା କାରଣରୁ ଜିଲ୍ଲାବାସୀ ହୋମିଓପ୍ୟାଥି ଚିକିତ୍ସାରୁ ବଂଚିତ ରହୁଥିବା ଅଭିଯୋଗ କରିବା ସହ ଡାକ୍ତର ନିଯୁକ୍ତି ଦାବିରେ ଧାରଣା ଦେଇଥିଲେ । ସେହିପରି ଆଗାମୀ ମାସକ ମଧ୍ୟରେ ଜିଲ୍ଲା କଂଗ୍ରେସର ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଛି ।