ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ: ୨୫୦୦ କୋଟି ଟଙ୍କାର ହେରୋଇନ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲକୁ ଆଜି ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୁଲିସ ଡ୍ରଗ୍ସ ଚାଲାଣ ମାମଲାରେ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଶ୍ମୀର ଓ ଆଫଗାନରୁ ଜଣେ ଲେଖାଏଁ ରହିଥିବାବେଳେ ଅନ୍ୟ ୨ଜଣ ପଞ୍ଜାବରୁ ରହିଛନ୍ତି। ସେମାନଙ୍କଠାରୁ ୩୫୦ କିଲୋର ହେରୋଇନ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଯାହାର ମୂଲ୍ୟ ୨୫ଶହ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହା ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ଯାହାକି ଅନେକ ଦିନରୁ କାର୍ଯ୍ୟକାରୀ ହେଉଥିଲା। ଜବତ ହୋଇଥିବା ହେରୋଇନ ଆଫଗାନିସ୍ତାନର ବୋଲି ଜଣାପଡ଼ିଛି। ଏହି ହେରୋଇନ ଆଫଗାନିସ୍ତାନରୁ ଜଳପଥରେ ଜାହାଜ ଜରିଆରେ ମଧ୍ୟପ୍ରଦେଶର ଶିବପୁରକୁ ଆସୁଥିଲା।