ଆତଙ୍କବାଦୀ ଲିଙ୍କ ନେଇ ବହିଃସ୍କୃତ ହେଲେ ୧୧ ଜଣ ଜମ୍ମୁ କଶ୍ମୀର ସରକାରୀ କମଚାରୀ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀର ପ୍ରଶାସନର ୧୧ ଜଣ କର୍ମଚାରୀଙ୍କ ଆତଙ୍କବାଦୀ ଲିଙ୍କ ଥିବାରୁ ସେମାନଙ୍କୁ ଚାକିରିରୁ ବହିଃସ୍କୃତ କରାଯାଇଛି।

ବହିଃସ୍କୃତ ହୋଇଥିବା ୧୧ ଜଣ କର୍ମଚାରୀଙ୍କ ମଧ୍ୟରେ ୪ ଜଣ ଅନନ୍ତନାଗ ଜିଲ୍ଲାର, ୩ ଜଣ ବଡ଼ଗାମ ଜିଲ୍ଲାର ଏବଂ ବାରମୂଳା, ଶ୍ରୀନଗର, ପୁଲୱାମା ଓ କୂପୱାରା ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି। ସେହିପରି ୧୧ ଜଣ କର୍ମଚାରୀଙ୍କ ମଧ୍ୟରେ ୪ ଜଣ ଶିକ୍ଷା ବିଭାଗର, ୨ ଜଣ ଜମ୍ମୁ କଶ୍ମୀର ପୁଲିସ ଏବଂ କୃଷି, ଶକ୍ତି, ସ୍କିମ, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶର ଜଣେ ଲେଖାଏଁ କର୍ମଚାରୀ ରହିଛନ୍ତି।