କୁକୁର କାମୁଡ଼ାରେ ହରିଣ ମୃତ

କନ୍ଦୁଝର, ଏନ୍ଏନ୍ଏସ୍: ତେଲକୋଇ ବନାଞ୍ଚଳ ଅଧୀନ ସମାକୋଇ ସଂରକ୍ଷିତ ଜଙ୍ଗଲ ମଧ୍ୟପୁର ଗାଁ ନିକଟରେ କୁକୁରଙ୍କ ଆକ୍ରମଣରେ ୩ବର୍ଷର ହରିଣର ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ଣରେ କୁକୁରମାନେ ହରିଣକୁ ଆକ୍ରମଣ କରୁଥିବାବେଳେ ଗ୍ରାମବାସୀ ହରିଣକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ହରିଣଟିର ମୃତ୍ୟୁ ହୋଇସାରିଥିଲା। ବ୍ୟବଚ୍ଛେଦ ପରେ ହରିଣଟିକୁ ପୋତି ଦିଆଯାଇଛି। ଏଥିପାଇଁ ଗ୍ରାମବାସୀ ବନବିଭାଗକୁ ଦାୟୀ କରିଛନ୍ତି।