ରିପୋର୍ଟ କାର୍ଡ ପ୍ରଦାନ କଲେ ଅପରାଜିତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ନିଜର ବାର୍ଷିକ ରିପୋର୍ଟ କାର୍ଡ ଦେଇଛନ୍ତି। ଏହି ଅବସରରେ ଅପରାଜିତା ଦୁଇମନ୍ତ୍ରୀଙ୍କ ସହ ଭୁବନେଶ୍ୱର ଲୋକସେବା କ୍ଷେତ୍ର ଏବଂ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାଂସଦ ପ୍ରତ୍ୟେକ ବର୍ଷ ନିଜର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ବୋଲି ମନ୍ତ୍ରୀ ଦ୍ୱୟଙ୍କୁ କହିଥିବା ବେଳେ ତାଙ୍କର ଆଶୀର୍ବାଦ କାମନା କରିଥିଲେ। ଗତ ଗୁରୁବାର ମଧ୍ୟ ସାଂସଦ ଅପରାଜିତା ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ।