ବଦଳୀ ତାଲିକାରେ ମୃତ ଶିକ୍ଷା ଅଧିକାରୀଙ୍କ ନାଁ

କୋରାପୁଟ,ଏନ୍ଏନ୍ଏସ୍ : ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୧୬ ତାରିଖରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ବଦଳି ତାଲିକା ପ୍ରକାଶ ପାଇଥିବାବେଳେ ଜଣେ ମୃତ ଅଧିକାରୀଙ୍କ ନାମ ରହିଥିବା ଘଟଣା ଏବେ କୋରାପୁଟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋରିଗୁମ୍ମା ବ୍ଲକ୍ ଶିକ୍ଷା ଅଧିକାରୀ ଥିବା କୃଷ୍ଣ ଚନ୍ଦ୍ର ନାୟକ ୨୦୨୦ ଅଗଷ୍ଟ ୨୦ରେ ମୃତ୍ୟୁବରଣ କରିଥିଲେ। ହେଲେ ବର୍ତ୍ତମାନ ପ୍ରକାଶିତ ବଦଳି ତାଲିକାରେ ରାଜ୍ୟ ସରକାର ସ୍ୱର୍ଗତ ନାୟକଙ୍କୁ କୁନ୍ଦୁରା ବିଇଓ ଭାବେ ଅବସ୍ଥାପିତ କରିଛନ୍ତି। ଶ୍ରୀ ନାୟକ ମୃତ୍ୟୁବରଣ କରିବାର ପ୍ରାୟ ୩ମାସ ବିତି ଯାଇଥିଲେ ମଧ୍ୟ ବିଭାଗ ନିକଟରେ କୌଣସି ସୂଚନା ନାହିଁ ନା ଭୁଲବଶତଃ ବଦଳି ତାଲିକାରେ ସ୍ୱର୍ଗତ ନାୟକଙ୍କ ନାମ ରହିଛି ତାହା ଚର୍ଚ୍ଚାର ବିଷୟ ହୋଇଛି।