ଛଟ୍ ପୂଜାର ସାର୍ବଜନିକ ଆୟୋଜନ ଉପରେ ଦିଲ୍ଲୀ ସରକାର ଲଗାଇଥିବା ପ୍ରତିବନ୍ଧକ ଠିକ୍ : ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ସାର୍ବଜନିକ ସ୍ଥଳୀରେ ପାଳିତ ହେବାକୁ ଥିବା ଛଟ୍ ପୂଜାକୁ ରୋକିବା ଲାଗି ଦିଲ୍ଲୀ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାୟର ହୋଇଥିବା ମାମଲାର ଆଜି ଶୁଣାଣୀ ହୋଇଛି। ଛଟ୍ ପୂଜା ପାଳିବାକୁ କୋର୍ଟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ ନାହିଁ। ହାଇକୋର୍ଟ ଦିଲ୍ଲୀ ସରକାରଙ୍କ ଫଇସଲାକୁ କାୟମ ରଖିଛନ୍ତି।

ହାଇକୋର୍ଟଙ୍କ କହିବାନୁସାରେ, ଦିଲ୍ଲୀରେ କରୋନା ଯେଉଁଭଳି ବ୍ୟାପୁଛି ସାର୍ବଜନୀକ ସ୍ଥଳୀରେ ପୂଜାକୁ ଅନୁମତି ଦେଲେ କରୋନା ଆହୁରି ବ୍ୟାପିବ। ଆଉ ଏହାକୁ ନେଇ ଆମେ ଆଖି ବୁଝିପାରିବୁ ନାହିଁ। ଏଥିସହିତ ଦିଲ୍ଲୀ ସରକାର ଯେଉଁ ଆଦେଶ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଠିକ୍ ଯେଉଁଥିରେ ଫେରବଦଳ କରାଯାଇପାରିବ ନାହିଁ। ଆଉ ଲୋକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇ ପାରିବ ନାହିଁ।